ବର୍ଣ୍ଣବୋଧ - ଶ୍ରଦ୍ଧାଞ୍ଜଳି ପଣ୍ଡା

 


ଓଡିଆ ବର୍ଣ୍ଣକୁ ଜ୍ଞାତ ହେବା ପାଇଁ

ନାମ ହେଲା ବର୍ଣ୍ଣବୋଧ,

ସାରା ଓଡିଶାର ପୁରପଲ୍ଲୀରେ ସେ 

ଭାଷାକୁ କରଇ ଶୁଦ୍ଧ ll

ବର୍ଣ୍ଣମାଳାର ପ୍ରଥମ ସୋପାନ

ଶିଶୁ ଯେବେ ଚଢିଥାଏ, 

ଭଲ କରି ଟିକେ ପାଠେ ମନଦେଲେ 

ମୂଳଦୂଆ ଦୃଢ ହୁଏ  ll

ପ୍ରାଥମିକ ଶିକ୍ଷା ସୁଦୃଢ ହୋଇଲେ 

ଶିଶୁ ଚଢେ ଉଚ୍ଚ ସିଡ଼ି, 

ବର୍ଣ୍ଣର ଜ୍ଞାନ ଯଦି ନଥିବ ତ 

ସେ ସିଡି ଯିବ ଭୁଶୁଡି ll

ଅ-ରୁ ଆରମ୍ଭ ଯୁକ୍ତାକ୍ଷରେ ଶେଷ 

ଅସୀମ ଜ୍ଞାନ ଭଣ୍ଡାର, 

ଶବ୍ଦମାଳା ଘେନି ବର୍ଣ୍ଣବୋଧ ନାମେ 

ବିତରେ ଜ୍ଞାନର ସାର ll

ସୁକ୍ଷ୍ମ ହୃଦୟର ଆବେଗକୁ ଦେଖି 

ବିଚାରିଲେ ମଧୁସୂଦନ(ରାଓ), 

1895 ମସିହାରେ ସିଏ 

କରିଲେ ପ୍ରଥମେ ସାଧନ  ll


        ଶ୍ରଦ୍ଧାଞ୍ଜଳି ପଣ୍ଡା 

    ପାତ୍ରପଡା, ଭୁବନେଶ୍ବର

Post a Comment

0 Comments